ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ଲାଗି ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛି ବିଜେପି। ଏହି କମିଟିରେ ମୋଟ ୨୭ ଜଣ ସଦସ୍ୟ ରହିଛନ୍ତି। ଏହି ୨୭ ଜଣିଆ କମିଟିରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ଵନୀ ବୈଷ୍ଣବ ଓ ଜୁଏଲ ଓରାମ।

ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ ରହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପିୟୁଷ ଗୋଏଲ କମିଟିର ଆବାହକ ରହିଛନ୍ତି।

ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଅର୍ଜୁନ ମୁଣ୍ଡା, ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ, କିରେନ ରିଜିଜୁ, ଭୂପେନ୍ଦ୍ର ପଟେଲ, ହେମନ୍ତ ବିଶ୍ଵ ଶର୍ମା, ବିଷ୍ଣୁ ଦେଓ ସାଏ, ମୋହନ ଯାଦବ, ଶିବରାଜ ସିଂ ଚୌହ୍ଵାନ, ବସୁନ୍ଧରା ରାଜେ, ସ୍ମୃତି ଇରାନୀ, ରବିଶଙ୍କର ପ୍ରସାଦ, ସୁଶିଲ ମୋଦୀ, କେଶବ ପ୍ରସାଦ ମୌର୍ଯ୍ୟ, ରାଜୀବ ଚନ୍ଦ୍ରଶେଖର, ବିନୋଦ ତାୱଡେ, ରାଧାମୋହନ ଦାସ ଅଗ୍ରୱାଲ, ମଞ୍ଜିନ୍ଦର ସିଂ ସିର୍ସା, ଓ ପି ଧଙ୍କର, ଅନିଲ ଆଣ୍ଟୋନୀ ଓ ତାରିକ ମନସୂର।

Tags: #Politics #IndiaPolitics #LokSabhaElection #ElectionManifestoCommittee #BJP

LEAVE A REPLY

Please enter your comment!
Please enter your name here