ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ୨୦୨୪ ଲାଗି ଆଜିର ଦିନଟି ବେଶ ଗୁରୁତ୍ଵପୂର୍ଣ୍ଣ। କାରଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନ ଲାଗି ମଙ୍ଗଳବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ନରେନ୍ଦ୍ର ମୋଦୀ। ତୃତୀୟ ଥର ପାଇଁ ଏହି ଆସନରୁ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନରେନ୍ଦ୍ର ମୋଦୀ ଗଙ୍ଗାରେ ପୂଜାର୍ଚ୍ଚନା କରିବା ସହ ବାରାଣାସୀର ଦଶାଶ୍ଵମେଧ ଘାଟ ଏବଂ କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ବାରାଣାସୀ ଜିଲ୍ଲାପାଳଙ୍କ ନିକଟରେ ନରେନ୍ଦ୍ର ମୋଦୀ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ ସମୟରେ ନରେନ୍ଦ୍ର ମୋଦୀଙ୍କ ସହିତ ୪ ଜଣ ପ୍ରସ୍ତାବକ ରହିଥିଲେ। ସେମାନେ ହେଉଛନ୍ତି ପଣ୍ଡିତ ଗଣେଶ୍ଵର ଶସ୍ତ୍ରୀ, ଦେବନାଥ ପଟେଲ, ଲାଲଚାନ୍ଦ କୁସଓ୍ଵା, ସଞ୍ଜୟ ସୋନକର। ଏହି ଅବସରରେ ଜେପି ନଡ୍ଡା, ରାଜନାଥ ସିଂ, ଅମିତ ଶାହ, ଯୋଗୀ ଆଦିତ୍ୟନାଥ, ଏକନାଥ ସିନ୍ଦେ, କୋନାର୍ଡ଼ ସଂଗମାଙ୍କ ସମେତ ମୋଟ ୧୨ ଜଣ ମୁଖ୍ୟମନ୍ତ୍ରୀ ୧୮ରୁ ଅଧିକ କ୍ୟାବିନେଟ ମନ୍ତ୍ରୀ ଏବଂ ୩୬ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ। ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ୨୦୧୪ ଓ ୨୦୧୯ରେ ବାରାଣାସୀ ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ।

ପ୍ରାର୍ଥିପତ୍ର ଦାଖଲର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ ବିରାଟ ରୋଡ ସୋ’ କରିଥିଲେ। ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ଗେଟ ନିକଟରୁ ରୋଡ ସୋ’ ଆରମ୍ଭ ହୋଇ କାଶୀବିଶ୍ଵସନାଥ ଧାମ ଗେଟ ପର୍ଯ୍ୟନ୍ତ ଚାଲିଥିଲା।

Tags: #Politics #IndiaPolitics #NarendraModi #Nomination #VaranasiLokSabhaSeat #GeneralElection2024

LEAVE A REPLY

Please enter your comment!
Please enter your name here