ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ କରାଯାଇଛି। ମୟୂରଭଞ୍ଜ ଏସପି ଏସ ସୁଶ୍ରୀଙ୍କ ନେତୃତ୍ଵରେ ବାରିପଦା ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଏହି ଫ୍ଲାଗ ମାର୍ଚ କରାଯାଇଥିଲା।

ବାରିପଦାର କେସି ସର୍କଲ ନିକଟରୁ ଫ୍ଲାଗ ମାର୍ଚ ଟିମ ବାହାରି ଶୂନଗଡ଼ିଆ, ତୁଳସୀଚଉରା ଛକ, ପୂର୍ଣ୍ଣଚନ୍ଦ୍ରପୁର, ତ୍ରିରଙ୍ଗା କ୍ଲବ, ଦାରୋଗାଡ଼ାହି ଆଦି ଅଞ୍ଚଳ ବୁଲିଥିଲେ। ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ଫ୍ଲାଗ ମାର୍ଚ କରାଯାଇଛି।

ଅସାମାଜିକ ବ୍ୟକ୍ତି ଏବଂ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ବ୍ୟକ୍ତିମାନଙ୍କ ଉପରେ ଏହି ଫ୍ଲାଗ ମାର୍ଚ ଯଥେଷ୍ଟ ପ୍ରଭାବ ପକାଇବ ବୋଲି ମୟୂରଭଞ୍ଜ ଏସପି ଆଶା ବ୍ୟକ୍ତ କରିଛନ୍ତି।

Tags: #PoliceFlagMarch #Mayurbhanj #DistrictPolice #Election #GeneralElection #Odisha

LEAVE A REPLY

Please enter your comment!
Please enter your name here