ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବାଲିକୁଦା-ଏରସମା ବଖରାବାଦ ବୁଥ୍‌ ନମ୍ବର ୧୩୮ରେ ଇଭିଏମ୍‌ ସମସ୍ୟା ଦେଖା ଦେଇଛି। ଇଭିଏମ୍‌ ଅଚଳ ହୋଇପଡ଼ିବାରୁ ମତଦାନ ଆରମ୍ଭ ହୋଇପାରିନାହିଁ। ଇଭିଏମ୍‌ ଅଚଳ ଯୋଗୁଁ ଭୋଟଦାନରେ ବିଳମ୍ବ ହେଉଛି।

ଆଜି ହେଉଛି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି ମତଦାନ ହେଉଛି। ୬ଲୋକସଭା ଆସନ ଲାଗି ୫୨ଜଣ ପ୍ରାର୍ଥୀ ଓ ୪୧ ବିଧାନସଭା ଆସନ ଲାଗି ମଇଦାନରେ ୩୩୬ଜଣ ପ୍ରାର୍ଥୀ ଅଛନ୍ତି।

ଯାଜପୁର, କେନ୍ଦ୍ରାପଡ଼ା,ଜଗତସିଂହପୁର,ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ  ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

Comment