ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନିର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି। ଜିଲ୍ଲାପାଳ ନିତିନ ଭରଦ୍ଵାଜଙ୍କ ପୌରହିତ୍ଵରେ ଏନେଇ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ବ୍ଲକ ବଡସାହି, ବେତନଟୀ, କପ୍ତିପଦା, ରାସଗୋବିନ୍ଦପୁର, ମୋରଡା ଏବଂ ବାରିପଦା ବ୍ଲକ ସମେତ ପୌରାଞ୍ଚଳରେ ସମସ୍ତ ଅଧିକାରୀ ସଜାଗ ରହିବା ସହିତ ରିଲିଫ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ବି଼ଡିଓ ତହସିଲଦାରମାନଙ୍କୁ ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଅ।ଯାଇଛି।

ଜିଲ୍ଲାର ବିଭିନ୍ନ ସ୍ଥ।ନରେ ଥିବା ଇଭିଏମ ଷ୍ଟ୍ରଙ୍ଗରୁମଗୁଡିକ ଉପରେ କଡ଼ା ନଜର ରଖିବାକୁ ଉପଜିଲ୍ଲାପାଳ ଏବଂ ପୂର୍ତ୍ତବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳଙ୍କ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। କୌଣସି ସମସ୍ୟା ଦେଖାଦେଲେ 06792-252941, 1077 ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସେହିପରି ଆବଶ୍ୟକ ପଡ଼ିଲେ ଅଗ୍ନିଶମ ବିଭାଗର 06792-252701 ନମ୍ବର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Comment