ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’  ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋର କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ୫ ଜଣ ଆଇଏଏସଙ୍କୁ ୫ଟି ଜିଲ୍ଲାର ଦାୟିତ୍ୱ ମିଳିଛି।

ପୁରୀ ଜିଲ୍ଲା ପାଇଁ ସୁରେଶ ମହାପାତ୍ର ରହିଥଲା ବେଳେ ଜଗତସିଂହପୁର ଦାୟିତ୍ୱରେ ଅଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର। ସେହିପରି କେନ୍ଦ୍ରାପଡ଼ା ଦାୟିତ୍ୱରେ ପ୍ରଦୀପ ଜେନା, ଯାଜପୁର ଲାଗି ଅନିଲ ସାମଲ, ବାଲେଶ୍ୱର ଲାଗି ବଳଓ୍ୱନ୍ତ ସିଂହ ଦାୟିତ୍ୱରେ ଅଛନ୍ତି।

୫ଟି ଜିଲ୍ଲାର ରିଲିଫ୍, ଥଇଥାନ ଦାୟିତ୍ୱରେ ରହିବେ ଏହି ଅଫିସର। ଆଜି ସନ୍ଧ୍ୟା ସୁଦ୍ଧା ୫ ଅଫିସର ସଂପୃକ୍ତ ଜିଲ୍ଲାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି।

ବାତ୍ୟା ସହାୟତା ପାଇଁ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି – ୧୦୭୦

LEAVE A REPLY

Please enter your comment!
Please enter your name here