ଓଡ଼ିଶାଲାଇଭ୍ ବ୍ୟୁରୋ
ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ଗତିରେ ପୁରୀ ଅଭିମୁଖେ ମାଡ଼ି ଆସୁଛି। ପୁରୀ ସହର ପାଖରେ ଫନି ଲ୍ୟାଣ୍ଡଫଲ୍ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ କରିବା ବେଳେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିଲୋମିଟର ରହିବ।
ତେବେ ଟ୍ୱିନସିଟି କଟକ ଏବଂ ଭୁବନେଶ୍ୱରରେ ପବନର ବେଗ ୧୦୦ କିଲୋମିଟର ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଏବେ ଘଣ୍ଟାକୁ ୨୩ କିଲୋମିଟର ବେଗରେ ଫନି ଗତି କରୁଛି।

















