ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଛି। ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧାରେ ତାଣ୍ଡବ ରଚିଛି ଫନି। ଫନି ପ୍ରଭାବିତ ଓଡ଼ିଶା ପାଇଁ ଆନ୍ଧ୍ର ସରକାର ସହାୟତାର ହାତ ବଢ଼ାଇଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓଡ଼ିଶାକୁ ୧୫ କୋଟି ଦେବା ପାଇଁ ରବିବାର ଘୋଷଣା କରିଛନ୍ତି।

ଏହାସହ ଆନ୍ଧ୍ର ସରକାର ଓଡ଼ିଶାକୁ ୯୨ଟି ପାଣି ଟ୍ୟାଙ୍କର, ବିଦ୍ୟୁତ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ୧୦୨୦ କର୍ମଚାରୀ, ୧୦୦୦ ଲିଟର ଲେଖାଏଁ ୬୦୦ ପାଣି ଟ୍ୟାଙ୍କର, ୧.୮୫ ଲକ୍ଷ ପାଣି ପ୍ୟାକେଟ, ୧.୫ ଲକ୍ଷ କ୍ଲୋରିନ ଟାବଲେଟ୍ ପଠାଇଛନ୍ତି ଆନ୍ଧ୍ର ସରକାର।

ଶୁକ୍ରବାର ଦିନ ସକାଳେ ପୁରୀରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ‘ଫନି’। ପୁରୀ ସମେତ ରାଜଧାନୀ ଭୁବନେଶ୍ୱରରେ ତାଣ୍ଡବ ରଚିଥିଲା ଫନି। ବଡ଼ ଗଛ ଏବଂ ବିଦ୍ୟୁତ ଖୁଣ୍ଟକୁ ଶୁଆଇ ଦେଇଥିଲା ଫନି। ଓଡ଼ିଶାର ଏହି ବିପତ୍ତି ସମୟରେ ସହାୟତାର ହାତ ବଢ଼ାଇଛି ଆନ୍ଧ୍ର ସରକାର।

Comment