ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଘଟିଛି ଏକ ଅଭାବନୀୟ ଘଟଣା। ରାଣୀବସାନ ଗାଁରେ ବାହାଘର ଭୋଜି ଖାଇ ଗ୍ରାମବାସୀମାନେ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି। ବର, କନ୍ୟାଙ୍କ ସହିତ ପାଖାପାଖି ୧୫୦ଜଣ ଗାଁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇପଡ଼ିଛନ୍ତି। ଏବିଷୟରେ ଖବର ପାଇ ରାଣୀବସାନ ଗାଁରେ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି।

ଗତ ୧୫ ତାରିଖରେ ରାଣୀବସାଣ ଗାଁର ଦୀପକ ଜେନାଙ୍କ ବିବାହ ଭୋଜି ଥିଲା। ବିବାହ ଭୋଜି ଖାଇ ବର ଓ କନ୍ୟାଙ୍କ ସମେତ ପାଖାପାଖି ୧୫୦ଜଣ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଏହା ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ଅସୁସ୍ଥମାନଙ୍କୁ ଚିକିତ୍ସା କରାଯାଉଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here