ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଥଯାତ୍ରାକୁ ଦୃଷ୍ଟିରେ ରଖି ଏହାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ମଙ୍ଗଳବାର ପୋଲିସ୍‌ ଡିଜି ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ସାମୁଦ୍ରକ ଝଡ଼ ‘ଫନି’ ପ୍ରଭାବରେ ଶ୍ରୀକ୍ଷେତ୍ର ପୁରୀ ଧ୍ୱଂସବିଧ୍ୱଂସ ହୋଇଯାଇଛି। ତେବେ ରଥଯାତ୍ରାକୁ ଆଉ ମାତ୍ର ଏକ ମାସ ସମୟ ଥିବା ବେଳେ ଏହି ପରିସ୍ଥିତି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରାଯିବ। ଏନେଇ ସମୀକ୍ଷା ପରେ ପୋଲିସ ଡିଜି ରାଜେନ୍ଦ୍ର ଶର୍ମା ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି।

ଫନି ପ୍ରଭାବରେ ଶ୍ରୀକ୍ଷେତ୍ର ପୁରୀର ସିସିଟିଭିଗୁଡ଼ିକ ଅଚଳ ହୋଇପଡ଼ିଛି। ତେବେ ସମୟ ନଥବାରୁ ପୁରୀରେ ଅସ୍ଥାୟୀ ସିସିଟିଭି ଲଗାଯିବ। ପୁରୀ ସହରରେ ବିଦ୍ୟୁତ ସଂଯୋଗୀକରଣ ଚାଲିଛି। ସେହିପରି ଭାଙ୍ଗିଯାଇଥିବା କୋଠାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସେଣ୍ଟ୍ରାଲ ଆର୍ମଡେ ପୋର୍ସଙ୍କ ସହ ଯୋଗାଯୋଗ ହୋଇଛି। ଏଥିସହିତ ୨ କମ୍ପାନି ରାପିଡ ଆକ୍ସନ ପୋର୍ସ ମଗାଯିବ। ସେହିପରି ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, କୋଷ୍ଟଗାର୍ଡ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ହେବ ବୋଲି ରାଜେନ୍ଦ୍ର ଶର୍ମା କହିଛନ୍ତି।

ରଥଯାତ୍ରାରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା। ମଙ୍ଗଳବାର ଡିଜିପିଙ୍କ ସମୀକ୍ଷାରେ ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ରଥଯାତ୍ରାବେଳେ ଅଧିକ ଟ୍ରେନ ଚଳାଚଳ ସେବା ପାଇଁ ରେଲ୍‌ୱେ ପୋଲିସ ସହ ଯୋଗାଯୋଗ ହୋଇଥିବା ଡିଜିପି କହିଛନ୍ତି।

LEAVE A REPLY

Please enter your comment!
Please enter your name here