ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

  • ଜୁନ୍ ୧ ଯାଏଁ ଚାଲିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ
  • ନବ ନିର୍ବାଚିତ ବିଧାୟକମାନେ କରିବେ ଶପଥ ଗ୍ରହଣ
  • କାମଚଳା ବାଚସ୍ପତି କରାଇବେ ଶପଥ ପାଠ
  • ଅମର ପ୍ରସାଦ ଶତପଥୀ ହେବେ କାମଚଳା ବାଚସ୍ପତି

ଶପଥ ଗ୍ରହଣ ଉତ୍ସବ ଶେଷ ହେବା ପରେ ବୁଧବାରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ଇନିଂସ୍ ଆରମ୍ଭ କରିଛନ୍ତି। ଏଥର ମନ୍ତ୍ରିମଣ୍ଡଳରେ ମୋଟ ୨୧ ଜଣ ମନ୍ତ୍ରୀ ଅଛନ୍ତି। ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ଆଜି ସଚିବାଳୟରେ ପ୍ରଥମ କ୍ୟାବିନେଟ୍ ବୈଠକ ବସିଥିଲା।

ଗୁରୁବାରଠୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ସ୍ୱତନ୍ତ୍ର ଅଧିବେଶନ ଜୁନ୍ ୧ ତାରିଖ ଯାଏଁ ଚାଲିବ। ୩୦ ଓ ୩୧ ତାରିଖରେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି ବିଧାୟକମାନଙ୍କୁ ଶପଥ ପାଠ କରାଇବେ। କାମଚଳା ବାଚସ୍ପତି ଭାବେ ଅମର ପ୍ରସାଦ ଶତପଥୀଙ୍କୁ ଚୟନ କରାଯାଇଛି।

ଜୁନ୍ ୧ରେ ବାଚସ୍ପତି ନିର୍ବାଚନ ହେବ। ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି କରିବା ପାଇଁ ବିଜେଡି ସ୍ଥିର କରିଛି। ବିରୋଧୀ ବିଜେପି ଏବଂ କଂଗ୍ରେସ ପାଖରେ ଅଧିକ ସଂଖ୍ୟାରେ ବିଧାୟକ ନଥିବାରୁ ସେମାନେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇ ନପାରନ୍ତି।

ଏଣୁ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି।

Comment