ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ମୋଦିଙ୍କ ପରେ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀ ମାନେ ଶପଥ ନେବେ। ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଲାଗି ରାଷ୍ଟ୍ରପତି ଭବନରେ ବିଶେଷ ଆୟୋଜନ କରାଯାଇଛି।

ଦେଶ ଓ ବିଦେଶରୁ ପାଖାପଖି ୬ ହଜାରୁ ଅଧିକ ଅତିଥି ଏହି ଉତ୍ସବରେ ସାମିଲ ହୋଇଛନ୍ତି। ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି।

Comment