ଓଡ଼ିଶାଲାଇଭ ବ୍ୟରୋ

ଆରମ୍ଭ ହେଲା କ୍ରିକେଟ ମହାସମର ଆଇସିସି ବିଶ୍ୱକପ ୨୦୧୯। ଲଣ୍ଡନର କେନିଂଟନ ଓଭାଲ ଷ୍ଟାଡିୟମ ଘରୋଇ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ମଧ୍ୟରେ ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ତେବେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଲେଗ୍‌ ସ୍ପିନର ଏକ ନୂଆ ଇତିହାସ ରହଚିଛନ୍ତି।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଅଧିନାୟକ ଫାପ୍ ଡୁପ୍ଲେସିସ୍ ଇମରାନ ତାହିରଙ୍କୁ ପ୍ରଥମ ବୋଲିଂ ଦେଇଥିଲେ। ଡୁପ୍ଲେସିସ୍‌ଙ୍କ ଏହି ନିଷ୍ପତ୍ତି ବଳରେ ୪୦ ବର୍ଷୀୟ ତାହିର ପ୍ରଥମ ସ୍ପିନର ଯିଏ ବିଶ୍ୱକପରେ ପ୍ରଥମେ ବୋଲିଂ କରିବା ଖେଳାଳୀ ହୋଇପାରିଛନ୍ତି।

ବିଶ୍ୱକପରେ ପ୍ରଥମ ବଲ ପକାଇବା ସ୍ପିନର ଭାବେ ଇମରାନ ତାହିର ଇତିହାସ ରଚିଛନ୍ତି। ସେ ଏହି ପ୍ରଥମ ଓଭରରେ ଗୋଟେ ୱିକେଟ୍ ନେବାରେ ସକ୍ଷମ ହୋଇପାରିଛନ୍ତି। ଖାତା ଖୋଲିବା ପୂର୍ବରୁ ତାହିର ଇଂଲଣ୍ଡର ବ୍ୟାଟ୍ସମ୍ୟାନ ବେୟାରଷ୍ଟୋଙ୍କୁ ଆଉଟ୍‌ କରି ପାଭିଲିୟନକୁ ପଠାଇଦେଇଥିଲେ।

ବିଶ୍ୱକପର ୪୪ ବର୍ଷ ଇତିହାସରେ ପ୍ରଥମ ବଲ ପକାଇବାରେ ଲେଗ ସ୍ପିନର ଇମରାନ ତାହିର ପ୍ରଥମ ସ୍ପିନର ହୋଇଯାଇଛନ୍ତି।

LEAVE A REPLY

Please enter your comment!
Please enter your name here