ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଆଇପିଏଲ୍‌ ମହାସମର। ବର୍ତ୍ତମାନ ଏହି ମହାସମରକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଲାଣି। ଆଇପିଏଲର ଦର୍ଶକମାନେ ମୁଖ୍ୟତଃ ବ୍ୟାଟ୍ସମ୍ୟାନମାନଙ୍କ ଖେଳ ଦେଖିବାକୁ ବେଶ ପସନ୍ଦ କରନ୍ତି। ଅନ୍ୟପଟେ କିନ୍ତୁ ଆଇପିଏଲ୍‌ରେ ବୋଲରମାନଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ରହିଥାଏ। ତେଣୁ ଏଥର ସେମିତି କିଛି ବୋଲରମାନଙ୍କ ଉପରେ ନଜର ରହିବ, ଯେଉଁମାନେ ପର୍ପଲ କ୍ୟାପ ପାଇଁ ଯୋଗ୍ୟ।ଇମ୍ରାନ ତାହିର

ଟି-୨୦ କ୍ରିକେଟରେ ଥିବା ଅଗ୍ରଣୀ ଲେଗ୍‌ ସ୍ପିନରମାନଙ୍କ ମଧ୍ୟରୁ ଇମ୍ରାନ ତାହିର ଜଣେ। ଚେନ୍ନାଇ ପାଇଁ ଖେଳି ସେ ଆଇପିଏଲ୍‌ରେ ଅନେକ ରେକର୍ଡ ମଧ୍ୟ କରିଛନ୍ତି। ପିଚ୍‌ରେ ବ୍ୟାଟ୍ସମ୍ୟାନମାନଙ୍କୁ ନିଜ ବୋଲିଂର ଯାଦୁରେ ଆଉଟ କରି ପାଭିଲିୟନ ଫେରାଇଥାନ୍ତି। ଏହାସହ ସେ ଜଣେ ଅଭିଜ୍ଞ ବୋଲର ମଧ୍ୟ। ଏଥର ସେ ଚେନ୍ନାଇ ପକ୍ଷରୁ ଖେଳିବେ। ୨୦୧୯ରେ ତାହିର ପର୍ପଲ କ୍ୟାପ ବିଜେତା ମଧ୍ୟ ଥିଲେ। ତେଣୁ ଏଥର ମଧ୍ୟ ତାଙ୍କ ଉପରେ ନଜର ରହିବ।

କାଗିସୋ ରାବାଡା

ଗତ ଆଇପିଏଲ୍‌ରେ କାଗିସୋ ରାବାଡା ପର୍ପଲ କ୍ୟାପର ହକ୍‌ଦାର ଥିଲେ। ହେଲେ ଆହତ କାରଣରୁ ତାଙ୍କୁ ଆଇପିଏଲ୍‌ରୁ ବିଦା ହେବାକୁ ପଡ଼ିଥିଲା। ଏହି ବୋଲର ବିଶ୍ଵର ଦ୍ରୁତମତ ବୋଲରଙ୍କ ମଧ୍ୟରୁ ଜଣେ। ନୂଆ ବଲ୍‌ରେ ସେ ଚମତ୍କାର ସୁଇଙ୍ଗ କରିଥାନ୍ତି। ଦିଲ୍ଲୀ ପକ୍ଷରୁ ଖେଳୁଥିବା ଏହି ବୋଲର ଏଥର ଆଇପିଏଲରେ ନିଜ ପ୍ରଦର୍ଶନ ବଜାୟ ରଖିବେ ବୋଲି ଆଶା କରାଯାଉଛି।ଯଶପ୍ରୀତ ବୁମ୍‌ରାହ

ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର ହେଉଛନ୍ତି ଯଶପ୍ରୀତ ବୁମରା।  ଡେଥ୍‌ ଓଭରରେ ଭଲ ଓ୍ଵାର୍କର ପକାଇ ସେ ଏନେକ ଥର ମୁମ୍ଵାଇକୁ ବିଜୟୀ କରାଯାଇଛନ୍ତି। ଗତ ଆଇପିଏଲ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ବେଶ ଉନ୍ନତ ରହିଥିଲା। ତେଣୁ ଏଥର ଆଇପିଏଲ୍‌ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରି ପର୍ପଲ କ୍ୟାପ ହାତେଇବେ ବୋଲି ଚର୍ଚ୍ଚା ହେଉଛି।

Comment