ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ମେଗା ଅକ୍ସନ ଆରମ୍ଭ ହୋଇଛି। ୨୦୨୨ ମସିହାର ନୂଆ ସିଜିନ ପୂର୍ବରୁ ଏହା ସବୁଠାରୁ ବଡ଼ ନିଲାମ ହୋଇଥିବା କୁହାଯାଉଛି। ଏହି ନିଲାମରେ ମୋଟ ୬୦୦ ଜଣ ଖେଳାଳିଙ୍କ ପାଇଁ ବୋଲି ଡକାଯିବ। ଶନିବାର ହେଉଛି ଏହି ନିଲାମର ପ୍ରଥମ ଦିନ।

ମୋଟ ୧୦ଟି ଟିମ୍ ଏହି ନିଲାମରେ ଅଂଶ ଗ୍ରହଣ କରିଛନ୍ତି। ଏହି ନିଲାମ ପ୍ରକ୍ରିୟାରେ ୮ଟି ପୁରୁଣା ଟିମ୍ ସହ ପ୍ରଥମ ଥର ପାଇଁ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ ଅଂଶ ଗ୍ରହଣ କରୁଛନ୍ତି।

ଏହି ନିଲାମ ପ୍ରକ୍ରିୟାରେ ସବୁଠାରୁ ଅଧିକ ୧୨.୨୫ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ ଶ୍ରେୟସ ଆୟରଙ୍କୁ କିଣିଛି। ସେହିପରି କଗିସୋ ରବାଡାଙ୍କୁ ୯.୨୫ କୋଟି ଟଙ୍କାରେ ଓ ଶିଖର ଧଓ୍ଵନଙ୍କୁ ୮.୨୫ କୋଟି ଟଙ୍କା ମୂଲ୍ୟ ଦେଇ କିଣିଛି ପଞ୍ଜାବ କିଙ୍ଗସ। ଏହା ସହ ପେଟ କମିକ୍ସଙ୍କୁ କୋଲକାତା ନାଇଟ ରାଇଡର୍ସ ୭.୨୫ କୋଟିରେ ନେଇଥିବାବେଳେ ଫାଫ ଡୁ ପ୍ଳେସିସଙ୍କୁ ୭ କୋଟି ଟଙ୍କାରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।

କ୍ଵିଣ୍ଟନ ଡି କକଙ୍କୁ ୬.୭୫ କୋଟିରେ ଲକ୍ଷ୍ନୌ ସୁପର ଜଏଣ୍ଟ ନେଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଡେଭିଡ ଓ୍ଵାର୍ଣ୍ଣରଙ୍କୁ ୬.୨୫ କୋଟିରେ କିଣି ଥିବାବେଳେ ମୋହମ୍ମଦ ସାମିଙ୍କୁ ମଧ୍ୟ ୬.୨୫ କୋଟି ଟଙ୍କାରେ କ୍ରୟ କରିଛି ଗୁଜୁରାଟ ଟାଇଟନ୍ସ। ରାଜସ୍ଥାନ ରୟାଲ୍ସ ୫ କୋଟି ଟଙ୍କାରେ ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ନେଇଥିବାବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମନିସ ପାଣ୍ଡେଙ୍କ ପାଇଁ ୪.୬୦ କୋଟି ଟଙ୍କା ମୂଲ୍ୟ ଦେଇଛି।

ଜେନସ ହୋଲ୍ଡରଙ୍କୁ ୮.୭୫ କୋଟିରେ ଏବଂ ମନିଷ ପାଣ୍ଡେଙ୍କୁ ୪.୬୦ କୋଟିରେ ଲକ୍ଷ୍ନୌ ସୁପର ଜଏଣ୍ଟସ କିଣିଛି। ଶିମରୋନ ହେଟମାୟରଙ୍କୁ ୮.୫୦ କୋଟି ଟଙ୍କାରେ ଏବଂ ଦେବଦତ୍ତ ପଡ୍ଡିକଲଙ୍କୁ ୭.୭୫ କୋଟି ଟଙ୍କାରେ ନେଇଛି ରାଜସ୍ଥାନ ରୟାଲ୍ସ। ନୀତିଶ ରାଣାଙ୍କୁ ୮ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ କିଣିଛି।

ଡୁଓ୍ଵାନେ ବ୍ରାଭୋଙ୍କୁ ୪.୪୦ କୋଟି ଟଙ୍କାରେ ନେଇଛି ଜେନ୍ନାଇ ସୁପର କିଙ୍ଗସ। ରବିନ ଉତ୍ଥପାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୨ କୋଟି ଟଙ୍କାରେ ନେଇଥିବାବେଳେ ଜେସନ ରାୟଙ୍କୁ ୨ କୋଟି ଟଙ୍କାରେ ନେଇଛି ଗୁଜରାଟ ଟାଇଟନ୍ସ।

Comment