ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୨ ମେଗା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ଈଶାନ କିଶନ। ୧୫.୨୫ କୋଟି ଟଙ୍କାରେ ଈଶାନ କିଶନଙ୍କୁ କିଣିଛି ମୁମ୍ବାଇ। ମୁମ୍ବାଇ ଇଣ୍ଡିଆନ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହୋଇଥିବା ବିଡିଂ ଓ୍ଵାର ପରେ ଓ୍ଵିକେଟ କିପର ଈଶାନ କିଶନ ଚଳିତ ଆଇପିଏଲ ନିଲାମର ପ୍ରଥମ ଦିନରେ ସବୁଠାରୁ ଦାମୀ ଖେଳାଳି ହୋଇଯାଇଛନ୍ତି।

ଈଶାନଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ ବୋଲି ଲଗାଇଥିଲେ। ଶେଷରେ ୧୫.୨୫ କୋଟି ଟଙ୍କାରେ ଈଶାନଙ୍କୁ କ୍ରୟ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ୧୦ କୋଟି ଉପରକୁ ଯାଇ ଖେଳାଳି କ୍ରୟ କରିଛି। ଭଲ ପ୍ରଦର୍ଶନ ଯୋଗୁଁ ଈଶାନ କିଶନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ହାତ ଛଡ଼ା କରିବାକୁ ଚାହୁଁନଥିଲା। ତେଣୁ ଯେକୌଣସି ସ୍ଥିତିରେ ବି ଈଶାନଙ୍କୁ ନେବାକୁ ବୋଲି ବଢ଼ାଇବାରେ ଲାଗିଥିଲା ମୁମ୍ବାଇ ଇଣ୍ଡିଆନ୍ସ।

Comment