ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍‌)ରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଗୁରୁବାର ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍‌କେ)ର ଅଧିନାୟକ ପଦବୀ ଛାଡ଼ିଛନ୍ତି। ଧୋନୀ ୨୦୦୮ ମସିହାରୁ ସିଏସ୍‌କେର ଅଧିନାୟକ ରହିଛନ୍ତି। ଏହା ତାଙ୍କର ଶେଷ ଆଇପିଏଲ୍ ହୋଇପାରେ ବୋଲି କୁହାଯାଉଛି। ପୂର୍ବରୁ ମହେନ୍ଦ୍ର ସିଂ ସଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି। ସିଏସ୍‌କେରେ ଧୋନୀଙ୍କ ସ୍ଥାନ ନେବାକୁ ଯାଉଛନ୍ତି ରବୀନ୍ଦ୍ର ଜାଡେଜା।

ଏବେ ସିଏସ୍‌କେର ଅଧିନାୟକ ଦାୟିତ୍ଵ ଭାର ସମ୍ଭାଳିବେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା। ଚେନ୍ନାଇ ଟିମ୍ ଚଳିତ ଥର ଆଇପିଏଲ ପାଇଁ ୪ ଜଣ ବଡ଼ ଖେଳାଳିଙ୍କୁ ଅକ୍ସନରେ କ୍ରୟ କରିଥିଲା। ମହେନ୍ଦ୍ର ସିଂ ଧୋନୀଙ୍କୁ ସିଏସକେ ୧୨ କୋଟି ଟଙ୍କାରେ କ୍ରୟ କରିଥିବାବେଳେ ରବୀନ୍ଦ୍ର ଜାଡେଜାଙ୍କୁ ଅଧିକ ଦାମ୍‌ରେ ଅର୍ଥାତ ୧୬ କୋଟି ଟଙ୍କାରେ କ୍ରୟ କରିଥିଲା। ରବୀନ୍ଦ୍ରଙ୍କୁ ଦଳର ଅଧିନାୟକ ପଦ ଦିଆଯିବ ବୋଲି ପ୍ରଥମରୁ ଆଶଙ୍କା କରାଯାଉଥିଲା। କିନ୍ତୁ ଧୋନୀଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଥିଲା।

ଏହି ଅକ୍ସନରେ ରବୀନ୍ଦ୍ର ଜାଡେଜା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟତୀତ ଆଉ ଦୁଇଜଣଙ୍କୁ ଦଳ କ୍ରୟ କରିଥିଲା। ମୋଇନ ଅଲିଙ୍କୁ ୮ କୋଟି ଏବଂ ଋତୁରାଜ ଗାୟକବାଡଙ୍କୁ ୬ କୋଟି ଟଙ୍କାରେ କ୍ରୟ କରିଥିଲା ଚେନ୍ନାଇ ସୁପର କିଙ୍ଗସ୍ ଟିମ।

ରବୀନ୍ଦ୍ର ଜାଡେଜା ଚେନ୍ନାଇ ଟିମ୍‌ର ତୃତୀୟ ଅଧିନାୟକ ହେବେ

ମାତ୍ର ୩୩ ବର୍ଷ ବୟସରେ ରବୀନ୍ଦ୍ର ଜାଡେଜା ୨୦୧୨ ମସିହାରେ ଚେନ୍ନାଇ ଟିମ୍‌ରେ ସାମିଲ ହୋଇଥିଲେ। ପୂର୍ବରୁ ଧୋନୀ ଏବଂ ସୁରେଶ ରୈନା ଏହି ଟିମର କ୍ୟାପଟେନ ରହିସାରିଛନ୍ତି। ଆଇପିଏଲର ପ୍ରଥମ ସିଜିନ ଅର୍ଥାତ ୨୦୦୮ରେ ମହେନ୍ଦ୍ର ସିଂହ ଧୋନୀ ଦଳର କମାଣ ସମ୍ଭାଳି ଥିଲେ ଏବଂ ଦଳକୁ ବିଜୟୀ ମଧ୍ୟ କରିଥିଲେ।

ଏହା ପରେ ସୁରେଶ ରୈନା ମଧ୍ୟ ୬ଟି ମ୍ୟାଚରେ ଅଧିନାୟକ ହୋଇଥିଲେ। ଦଳକୁ ମାତ୍ର ଦୁଇଟି ମ୍ୟାଚରେ ଜିତ ହାସଲ ହୋଇଥିଲା। ପୂର୍ବରୁ ଦୁଇ ଜଣ ଦଳର ଅଧିନାୟକ ରହିସାରିଥିବାରୁ ଏବେ ରବୀନ୍ଦ୍ର ଜାଡେଜା ଦଳର ତୃତୀୟ ଅଧିନାୟକ ହେବାକୁ ଯାଉଛନ୍ତି।

Tags: #IPL #CSKTeam #Captain #MSDhoni #RavindraJadeja #Cricket

LEAVE A REPLY

Please enter your comment!
Please enter your name here