ଓଡ଼ିଶାଲାଇଭ୍ ବ୍ୟୁରୋ

୧୯ ବର୍ଷରୁ କମ ମହିଳା କ୍ରିକେଟ୍ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଶେଫାଳୀ ବର୍ମାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ। ୨୦୨୩ ଜାନୁଆରି ୧୪ ତାରିଖରୁ ଦକ୍ଷିଣ ଆଫ୍ରିକାରେ ୧୯ ବର୍ଷରୁ କମ ମହିଳା ବିଶ୍ୱକପ୍ ଖେଳାଯିବ।

ମହିଳା ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପର ଏହା ହେଉଛି ପ୍ରଥମ ସଂସ୍କରଣ। ଚଳିତ ବିଶ୍ୱକପରେ ୧୬ଟି ଟିମ ଟାଇଟଲ ପାଇଁ ମଇଦାନକୁ ଓହ୍ଳାଇବେ। ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଭାରତ ସହ ସମାନ ଗ୍ରୁପରେ ଦକ୍ଷିଣ ଆଫ୍ରିକା, ୟୁଏଇ ଓ ସ୍କଟଲାଣ୍ଡ ରହିଛନ୍ତି। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୩ଟି ଟିମ୍ ପରବର୍ତ୍ତୀ ପର୍ଯ୍ୟାୟକୁ ଆଗକୁ ବଢିବେ।

ପରବର୍ତ୍ତୀ ପର୍ଯ୍ୟାୟରେ ମୋଟ ୧୨ଟି ଟିମକୁ ୨ଟି ଗ୍ରୁପରେ ରଖାଯିବ। ପ୍ରତି ଗ୍ରୁପର ଶ୍ରେଷ୍ଠ ୨ଟି ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଜାନୁଆରି ୨୯ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଖେଳାଯିବ।

ଶେଫାଳୀ ବର୍ମା ପୂର୍ବରୁ ଭାରତୀୟ ସିନିୟର ମହିଳା ଦଳ ପକ୍ଷରୁ ଖେଳି ସାରିଛନ୍ତି। ତେଣୁ ଭାରତ ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ।

Tags: #Under-19women’scricketWorldcup #Captainship #ShefaliVerma #IndianCricketTeam #India

Comment