ଓଡ଼ିଶାଲାଇଭ୍ ବ୍ୟୁରୋ

ନାସନାଲ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲକୋ) ଆର୍ଥିକ ବର୍ଷ ୨୦୨୫-୨୬ରେ ସର୍ବକାଳୀନ ନେଟ୍ ଲାଭ କରିବାର ଐତିହାସିକ ହାସଲ କରିଛି। ଆର୍ଥିକ ବର୍ଷ ୨୦୨୫-୨୬ରେ ସର୍ବକାଳୀନ ୫,୮୧୬ କୋଟି ଟଙ୍କାର ନେଟ୍ ଲାଭ କରି ନୂଆ ଆର୍ଥିକ ମାଇଲଖୁଣ୍ଟ ଛୁଇଁଛି କମ୍ପାନି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୯.୨ ପ୍ରତିଶତ ବୃଦ୍ଧି ପାଇଛି।
ଆର୍ଥିକ ବର୍ଷ ୨୦୨୫-୨୬ରେ ନାଲକୋ ସର୍ବକାଳୀନ ସର୍ବାଧିକ ରେକର୍ଡ ସହ ୧୭,୮୪୩ କୋଟି ଟଙ୍କାର ମୋଟ ବ୍ୟବସାୟ କରିଛି। ପୂର୍ବ ଆର୍ଥିକ ବର୍ଷରେ (୨୦୨୪-୨୫) କମ୍ପାନି ୧୬,୭୮୮ କୋଟି ଟଙ୍କାର ମୋଟ ବ୍ୟବସାୟ କରିଥିଲା।
୨୦୨୬ ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସିକରେ କମ୍ପାନିର ନିଟ୍ ଲାଭରେ ୭ ପ୍ରତିଶତ ଅଭିବୃଦ୍ଧି ଘଟି ୧,୭୧୮ କୋଟି ଟଙ୍କା ହୋଇଛି, ଯାହା ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ୧,୬୦୧ କୋଟି ଟଙ୍କା ଥିଲା।
ସେହିପରି ସେହିପରି, ୨୦୨୫-୨୬ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ କମ୍ପାନି ୫,୧୦୩ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ତୃତୀୟ ତ୍ରୈମାସିକରେ ଏହି ପରିମାଣ ୪,୭୩୧ କୋଟି ଟଙ୍କା ଥିଲା।
ଏହି ଅବସରରେ ନାଲକୋର ସିଏମଡି ବିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି, “କମ୍ପାନିର ଏପରି ଉଲ୍ଲେଖନୀୟ ପ୍ରଦର୍ଶନ, ଉତ୍ପାଦନ ପରିମାଣ ବୃଦ୍ଧି, ଉତ୍ପାଦର ସଠିକ ମୂଲ୍ୟ ଏବଂ ବଜାର ସୁଯୋଗକୁ କୁଶଳୀ ଢଙ୍ଗରେ ବ୍ୟବହାର କରିବାରେ ଆମର ଦକ୍ଷତା ଯୋଗୁଁ ହୋଇପାରିଛି। ଏହି ସଫଳତା ଆମ କର୍ମଚାରୀଙ୍କ ଦକ୍ଷତା ଓ ପ୍ରତିବଦ୍ଧତାର ପ୍ରତିଫଳନ।”
ନାଲକୋ ୨୦୨୫-୨୬ରେ ସର୍ବକାଳୀନ ସର୍ବାଧିକ ୭୭.୦୧ ଲକ୍ଷ ଟନ ବକ୍ସାଇଟ୍ ଉତ୍ତୋଳନ କରିବା ସହ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ସର୍ବକାଳୀନ ୪.୭୪ ଲକ୍ଷ ଟନ ଧାତୁ ବିକ୍ରୟ କରିଛି।
Tags: #NALCO #Business #NetProfit #India


















