ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସସି। ଏହି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀ ଦେଶରେ ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ପାଇଥାନ୍ତି। ଅନେକଙ୍କ ମନକୁ ପ୍ରଶ୍ନ ଆସୁଥିବ ଭାରତର ପ୍ରଥମ ଆଇସିଏସ ଅଫିସର କିଏ ଥିଲେ?
ରବିନ୍ଦ୍ରନାଥ ଟାଗୋରଙ୍କ ବଡ଼ ଭାଇ ସତ୍ୟେନ୍ଦ୍ରନାଥ ଟାଗୋର ହେଉଛନ୍ତି ପ୍ରଥମ ଭାରତୀୟ ଆଇସିଏସ ଅଫିସର। ୧୮୬୪ ମସିହାରେ ସେ ଇଂଲଣ୍ଡରେ ହେଉଥିବା ଇମ୍ପେରିୟାଲ୍ ସିଭିଲ ସର୍ଭିସ ପରୀକ୍ଷା ପାସ କରିଥିଲେ। ବମ୍ବେ ପ୍ରେସିଡେନ୍ସିରେ ତାଙ୍କର ନିଯୁକ୍ତି ହୋଇଥିଲା। ମାତ୍ର ୨୧ ବର୍ଷ ବୟସରେ ସତ୍ୟେନ୍ଦ୍ରନାଥ ଟାଗୋରଙ୍କୁ ମିଳିଥିଲା ଏହି ସଫଳତା।
ତେବେ ବ୍ରିଟିଶ ଇଣ୍ଡିଆ ପାଇଁ ୧୮୫୪ ମସିହାରେ ପ୍ରଥମ ଥର ପାଇଁ ଆଇସିଏସ୍ ପରୀକ୍ଷା ଆରମ୍ଭ ହୋଇଥିଲା। ସେହି ସମୟରେ ପରୀକ୍ଷା ପାଇଁ ବୟସ ସୀମା ୧୮ରୁ ୨୩ ବର୍ଷ ରଖାଯାଇଥିଲା। ୧୯୨୨ରେ ପ୍ରଥମଥର ପାଇଁ ଲଣ୍ଡନ ସହ ଦିଲ୍ଲୀରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
Tags: #SatyendranathTagore #FirstICS #India #CivilServiceOfficer