ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକାଶ ପରେ ଏବେ ଗଭୀର ସମୁଦ୍ରରେ ଗବେଷଣା କରିବାକୁ ଯାଉଛି ଭାରତ। ୨୦୨୬ ଶେଷ ସୁଦ୍ଧା ଲଞ୍ଚ ହେବ ‘ସମୁଦ୍ର ଯାନ’ ମିଶନ। ଏହାକୁ ସମ୍ପୂର୍ଣ୍ଣ ଭାବେ ସ୍ଵଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଉଛି।
‘ସମୁଦ୍ର ଯାନ’ ମିଶନରେ, ‘ମତ୍ସ୍ୟ’ ନାମକ ଏକ ବୁଡ଼ାଜାହାଜରେ ତିନି ଜଣ ବୈଜ୍ଞାନିକ ସମୁଦ୍ରର ୬୦୦୦ ମିଟର ଗଭୀରକୁ ଯିବେ। ଏହି ବୁଡ଼ାଜାହାଜର ଓଜନ ୨୫ ଟନ୍ ରହିଛି, ଯାହା ମାତ୍ରାଧିକ ଚାପ ସହ୍ୟ କରିପାରିବ। ଏହା ମାଧ୍ୟମରେ ବୈଜ୍ଞାନିକମାନେ ଗଭୀର ସମୁଦ୍ରରୁ ବିଭିନ୍ନ ନମୁନା ସଂଗ୍ରହ କରିବେ। ସମୁଦ୍ରରେ ଥିବା ବିଭିନ୍ନ ଜୈବିକ ଉପାଦାନଗୁଡ଼ିକର ବିସ୍ତୃତ ବିଶ୍ଳେଷଣ କରିପାରିବେ।
ଗଭୀର ସମୁଦ୍ରରେ କେଉଁ ପ୍ରକାରର ଜୀବଜନ୍ତୁ ରହନ୍ତି ତଥା ସେଠାକାର ପରିବେଶ କିପରି ରହିଛି, ତାହା ଜାଣିବା ‘ସମୁଦ୍ର ଯାନ’ ମିଶନର ଲକ୍ଷ୍ୟ ରହିଛି। ୨୦୨୪ ମସିହାରେ ଏହି ମିଶନ ପାଇଁ ପରୀକ୍ଷଣ ଆରମ୍ଭ ହୋଇଛି।
Tags: #Samudrayaan #OceanMission #Launch #India #indiannavy