ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ସାମୟିକ ଅବସାନ ଘଟିଛି। ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିଜ ସୋସିଆଲ୍ ହ୍ୟାଣ୍ଡେଲ ‘ଟ୍ରୁଥ୍ ସୋସିଆଲ୍’ରେ ପ୍ରଥମେ ଏହି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ।

ସେ କହିଛନ୍ତି, ଦୀର୍ଘ ସମୟ ଆଲୋଚନା ପରେ ଭାରତ ଓ ପାକିସ୍ତାନ ସମ୍ପୂର୍ଣ୍ଣ ତଥା ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏବଂ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ମଧ୍ୟ ଅସ୍ତ୍ରବିରତି ନେଇ ଦୁଇଦେଶ ସହମତି ପ୍ରକାଶ କରିଥିବା କହିଛନ୍ତି।

ଅନ୍ୟପଟେ ଆତଙ୍କବାଦ ବିରୋଧରେ କଡ଼ା ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭବିଷ୍ୟତରେ ଯଦି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଘଟେ, ତାହାକୁ ଆକ୍ଟ ଅଫ୍ ୱାର ବା ଯୁଦ୍ଧ ବୋଲି ବିବେଚନା କରାଯିବ। ତେବେ ଅସ୍ତ୍ର ବିରତି ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆକ୍ରମଣ କରିଥିଲା ପାକିସ୍ତାନ ସେନା।

Tags: #Indianarmy #Pahalgam #ceasefire #India #Pakistan

Comment