ଓଡ଼ିଶାଲାଇଭ୍ ବ୍ୟୁରୋ
ଅପରେସନ ସିନ୍ଦୂର ପରେ ଭାରତୀୟ ସୁରକ୍ଷା ବାହିନୀ ଆରମ୍ଭ କରିଛନ୍ତି ଅପରେସନ କେଲର। ଏହି ସର୍ଚ୍ଚ ଆଣ୍ଡ ଡେଷ୍ଟ୍ରଏ ମିଶନରେ ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି ଭାରତୀୟ ସେନା।
ମେ’ ୧୩ ତାରିଖରେ ଜମ୍ମୁ-କଶ୍ମୀରର ଶୋପିଆନ ଜିଲ୍ଲା ସ୍ଥିତ ସୋଏକାଲ କେଲର ଅଞ୍ଚଳରେ ଏକ ବଡ଼ ଆତଙ୍କବାଦ ବିରୋଧୀ ଅପରେସନ କରାଯାଇଥିଲା। ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ସିଆରପିଏଫ ମିଳିତ ଭାବେ ଏହି ଅଭିଯାନରେ ଲସ୍କର-ଇ-ତାଇବାର ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସେମାନଙ୍କ ପକ୍ଷରୁ ଅନେକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଥିଲା। ଏହା ସୋଏକାଲ କେଲର ଅଞ୍ଚଳରେ ହୋଇଥିବାରୁ ଏହାର ନାଁ ଅପରେସନ କେଲର ରଖାଯାଇଛି।
ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରିଥିଲା। ଏବେ ଅପରେସନ କେଲରରେ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀ ନେଟୱାର୍କକୁ ନଷ୍ଟ କରାଯାଉଛି।
Tags: #OperationKeller #OperationSindoor #IndianArmy #CRPF