ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ‘ପରମବୀର ଚକ୍ର’। ଏହି ପଦକ ସେନାର ସମସ୍ତ ସୈନିକଙ୍କ ପାଇଁ ବିଶେଷ ମହତ୍ଵ ବହନ କରିଥାଏ। ‘ପରମବୀର ଚକ୍ର’ ର ଡିଜାଇନ କରିଥିଲେ ଜଣେ ମହିଳା। ସେ ହେଉଛନ୍ତି ବିଶିଷ୍ଟ ଶିଳ୍ପୀ ସାବିତ୍ରୀ ବାଇ ଖାନୋଲକର।
୧୯୪୭ ମସିହାରେ ସାବିତ୍ରୀ ବାଇ ଖାନୋଲକର ‘ପରମବୀର ଚକ୍ର’ ପଦକର ଡିଜାଇନ କରିଥିଲେ। ୩.୫ ସେଣ୍ଟିମିଟର ବ୍ୟାସ ବିଶିଷ୍ଟ ବ୍ରୋଞ୍ଜ ଧାତୁର ବୃତ୍ତାକାର ଆକାରରେ ଏହି ପଦକ ତିଆରି କରାଯାଇଛି। ପଦକ ସମ୍ମୁଖର ଚାରିପାଖରେ ଇନ୍ଦ୍ରଙ୍କ ବଜ୍ରର ଚାରୋଟି ଚିହ୍ନ ରହିଥିବାବେଳେ ମଧ୍ୟ ଭାଗରେ ଅଶୋକ ସ୍ତମ୍ବ ରହିଛି, ଯାହା ଶକ୍ତି ଓ ବଳିଦାନର ପ୍ରତୀକ।
ମେଜର ସୋମନାଥ ଶର୍ମାଙ୍କୁ ପ୍ରଥମ ‘ପରମବୀର ଚକ୍ର’ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ୨୧ଜଣ ବୀର ଯବାନଙ୍କୁ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରାଯାଇଛି।
Tags: #IndianArmy #GallantryAwards #ParamVirChakra #SavitriBaiKhanolkar