ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ମୋଟ ୧,୧୩୨ ଜଣ ପୋଲିସକର୍ମୀ ଏହି ପୁରସ୍କାର ପାଇବେ। ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସାହସିକତା ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି।

ଚଳିତବର୍ଷ ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ। ରାଜ୍ୟ ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ଡକ୍ଟର ସନ୍ତୋଷ ବାଲା ଏବଂ କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ ରାଷ୍ଟ୍ରପତି ପଦକ ପାଇବେ।

ଅନ୍ୟପଟେ ସାଧାରଣତନ୍ତ୍ର ଦିବସରେ ସାରା ଭାରତର ମୋଟ ୨୭୭ ଜଣ ପୋଲିସଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୧୫ ଜଣ ପୋଲିସକର୍ମୀ ରହିଛନ୍ତି।

ସେହିପରି ଓଡ଼ିଶାର ୧୧ ଜଣ ପୋଲିସକର୍ମୀଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ। ଆଇଜି ସତ୍ୟବ୍ରତ ଭୋଇଙ୍କ ସହ ୩ ଜଣ ଡିଏସପି ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ କୁମାର ସାମଲ ଓ ପ୍ରଶାନ୍ତ କୁମାର ସାହୁଙ୍କୁ ଏହି ସମ୍ମାନ ମିଳିବ।

ଏହାସହ ଇନ୍ସପେକ୍ଟର ରଶ୍ମୀରଞ୍ଜନ ମହାପାତ୍ର, ଏଏସଆଇ ବିଜୟ କୁମାର ପ୍ରଧାନ, ଡେପୁଟି କମାଣ୍ଡାଣ୍ଟ ରଜତ କେରକେଟା, ହାବିଲଦାର ଦିଲ୍ଲୀପ କୁମାର ନାଏକ, କନଷ୍ଟେବଳ ଆରତୀ ସାହୁ, ସିପାହୀ ବନମାଳୀ ରାୟ ଓ ନାମବାହଦୁର ଛେତ୍ରୀ ଏହି ପ୍ରଶଂସନୀୟ ସେବା ପଦକ ପାଇବେ।

Tags: #RepublicDay #DistinguishedServiceMedal #GallantryAwards #Police #PresidentofIndia #HomeMinistry #India

LEAVE A REPLY

Please enter your comment!
Please enter your name here