ଓଡ଼ିଶାଲାଇଭ୍ ବ୍ୟୁରୋ

ଲାଦାଖର ମାଉଣ୍ଟ କୁନରେ ବୁଧବାର ହିମସ୍ଖଳନ ଯୋଗୁଁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଏହାସହ ୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି। ସେମାନେ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି। ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ସକାଳେ ସହିଦ ହୋଇଥିବା ଯବାନଙ୍କ ମୃତଦେହ ଠାବ କରାଯାଇଥିଲା। ତେବେ ଅନ୍ୟ ୩ ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ହେଲେ ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।

ଲାଦାଖର ମାଉଣ୍ଟ କୁନରେ ଭାରତୀୟ ସେନାର ହାଇ ଅଲ୍ଟିଟ୍ୟୁଡ୍ ୱାରଫେୟାର ସ୍କୁଲର ୪୦ ଯବାନ ପ୍ରଶିକ୍ଷଣ ନେଉଥିଲେ। ବୁଧବାର ସେହି ଅଞ୍ଚଳରେ ଏକ ଆକସ୍ମିକ ହିମସ୍ଖଳନ ହୋଇଥିଲା। ଏଥିରେ ଅନେକ ମାତ୍ରାରେ ବରଫ ସେନାର କ୍ୟାମ୍ପ ଆଡକୁ ମାଡ଼ି ଆସିଥିଲା।

ଅନେକ ଯବାନ ଏଥିରୁ ରକ୍ଷା ପାଇବା ପାଇଁ କ୍ୟାମ୍ପରୁ ବାହାରି ଯାଇଥିଲେ। ହେଲେ ୪ ଜଣ ଯବାନ ହିମସ୍ଖଳନର ସଂସ୍ପର୍ଶରେ ଆସି ବରଫ ତଳେ ଫସି ଯାଇଥିଲେ।   

 

Tags: #Ladakh #MountKun #Avalanche #Soldiers #IndianArmy #India

LEAVE A REPLY

Please enter your comment!
Please enter your name here