ଓଡ଼ିଶାଲାଇଭ୍ ବ୍ୟୁରୋ
‘ଅପରେସନ ସିନ୍ଦୂର’ର ସଫଳତା ପାଇଁ ସାରା ଦେଶରେ ଖୁସିର ମାହୋଲ। ଏହି ଅବସରରେ ଓଡ଼ିଶାରେ ଆୟୋଜିତ ହୋଇଛି ତ୍ରିରଙ୍ଗା ଶୋଭାଯାତ୍ରା। ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
କଳିଙ୍ଗ ଷ୍ଟାଡିୟମଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ଏହା ଚାଲିଥିଲା। ଭାରତୀୟ ସେନାର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ଆୟୋଜିତ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଛାତ୍ରଛାତ୍ରୀ, ସ୍କାଉଟ-ଗାଇଡସ୍, ଏନସିସି, ପୋଲିସ, ଟ୍ରାଫିକ ପୋଲିସ, ସିଆରପିଏଫର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।
Tags: #OperationSindoor #TirangaYatra #CMMohanCharanMajhi #Odisha