ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ ୨୦୨୩ର ଦମଦାର ଶୁଭାରମ୍ଭ ହୋଇଯାଇଛି। ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୫ ଓ୍ଵିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି। ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ ପାଇଁ ଗୁଜୁରାଟର ରସିଦ ଖାନ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି। ଏହି ରୋମାଞ୍ଚକର ମ୍ୟାଚକୁ ଦର୍ଶକ ବେଶ ଉପଭୋଗ କରିଥିଲେ।

ଶୁକ୍ରବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଟସ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଚେନ୍ନାଇ ସୁପର୍ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ୧୭୯ ରନ କରିଥିଲା। ଦଳ ପକ୍ଷରୁ ଋତୁରାଜ ଗାଏକ୍ବାଡ ସର୍ବାଧିକ ୯୨ ରନ ସଂଗ୍ରହ କରିଥିଲେ। ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ଓ ରସିଦ ଖାନ ଦୁଇଟି ଲେଖାଏଁ ଓ୍ଵିକେଟ ନେଇଥିଲେ।

ଏହାର ଜବାବରେ ଦ୍ଵିତୀୟ ଇନିଂସରେ ଗୁଜରାଟ ଟାଇଟନ୍ସ ଧୁଆଁଧାର ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ୧୯ ଓଭର ୨ଟି ବଲରେ ମ୍ୟାଚ ଜିତି ନେଇଥଲା। ଦଳ ପକ୍ଷରୁ ଶୁଭମନ ଗିଲ୍ ସର୍ବାଧିକ ୬୩ ରନ୍ କରିଥିଲେ। ଅନ୍ୟପଟେ ଚେନ୍ନାଇ ପକ୍ଷରୁ ରାଜଵର୍ଦ୍ଧନ ହଙ୍ଗରଗେକର ୩ଟି ଓ୍ଵିକେଟ ନେଇଥିଲେ।

Tags: #IPL2023 #ChennaiSuperkings #GujratTitans #T-20Cricket

LEAVE A REPLY

Please enter your comment!
Please enter your name here