ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଚର୍ଚ୍ଚାରେ ମହେନ୍ଦ୍ର ସିଂ ଧୋନୀ ବା ମାହି। କ୍ରିକେଟ ଆରମ୍ଭରୁ ଲମ୍ବା କେଶକୁ ନେଇ ଚର୍ଚ୍ଚାରେ ରହିଥିଲେ ମାହି। ଏବେ ପୁଣି ଥରେ ତାଙ୍କ ନୂଆ ଲୁକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କ୍ରିକେଟ ମଇଦାନରେ କ୍ୟାପଟେନ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେବା ପରେ ବି ଚର୍ଚ୍ଚାରେ ରହିଛନ୍ତି।

ଧୋନୀଙ୍କ ନୂଆ ଲୁକ ତାଙ୍କର ପୁରୁଣା ଲୁକକୁ ମନେ ପକାଇଛି। ନୂଆ ଲୁକରେ ମାହି ଲମ୍ବା କେଶରେ ନଜର ଆସିଛନ୍ତି।

କଳା ଟି-ସାର୍ଟ ସାଙ୍ଗକୁ କଳା ଚଷମା ପିନ୍ଧି ମାହିଙ୍କ ନୂଆ ଲୁକ୍ ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ନୂଆ ହେୟାର ଷ୍ଟାଇଲକୁ  ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। 

ଧୋନୀ ୨୦୨୦ ଅଗଷ୍ଟ ୧୫ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ।

Tags: #mahendrasinghdhoni #cricket #chennaisuperkings #msdhoni #teamindia #bcci

LEAVE A REPLY

Please enter your comment!
Please enter your name here