ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ପାକିସ୍ତାନ ସାମରିକ ସଂଘର୍ଷରେ ବିରାମ ଲାଗିବା ପରେ ମେ’ ୧୭ ତାରିଖରୁ ପୁଣି ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌। ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚଗୁଡ଼ିକ ବେଙ୍ଗାଳୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ ଓ ଅହମଦାବାଦରେ ଆୟୋଜିତ ହେବ। ବିସିସିଆଇ ପକ୍ଷରୁ କେନ୍ଦ୍ର ସରକାର ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ମେ’ ୧୭ ତାରିଖରେ ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଶେଷ ଲିଗ୍‌ ମ୍ୟାଚ୍ ମେ’ ୨୭ ତାରିଖରେ ଖେଳାଯିବ। ଏହାପରେ ମେ’ ୨୯ ତାରିଖରେ କ୍ୱାଲିଫାୟାର ୧, ମେ’ ୩୦ରେ ଏଲିମିନେଟର ଓ ଜୁନ ୧ ତାରିଖରେ କ୍ୱାଲିଫାୟାର ୨ ଖେଳାଯିବ। ଶେଷରେ ଜୁନ ୩ରେ ଆଇପିଏଲ୍‌ର ମେଗା ଫାଇନାଲ ଅନୁଷ୍ଠିତ ହେବ।

ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା କାରଣରୁ ମେ’ ୮ ତାରିଖରୁ ଆଇପିଏଲ୍‌କୁ ସ୍ଥଗିତ କରାଯାଇଥିଲା।

Tags: #IPL2025 #IPLIsBack #Cricket #BCCI

Comment