ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର କୋଚିଠାରେ ଶୁକ୍ରବାର ‘ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌’(ଆଇପିଏଲ୍‌)ର ଖେଳାଳି ନିଲାମୀ ଆରମ୍ଭ ହୋଇଛି। ଏହି ମିନି ଅକ୍ସନରେ ଇଂଲଣ୍ଡର ସାମ୍ କରନ ସବୁଠାରୁ ଦାମୀ ଖେଳାଳି ବନିଛନ୍ତି। ସାମ୍ କରନଙ୍କୁ ପଞ୍ଜାବ କିଙ୍ଗସ୍ ୧୮.୫ କୋଟିରେ କିଣିଛି। ଆଇପିଏଲ୍ ଇତିହାସରେ ଏତେ ଟଙ୍କାରେ କୌଣସି କ୍ରିକେଟର ବିକ୍ରି ହେବା ପ୍ରଥମ। ସେ ଦକ୍ଷିଣ ଆଫ୍ରିକା କ୍ରିକେଟର କ୍ରିସ୍ ମୋରିସଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୨୨ ଆଇପିଏଲ୍‌ ପାଇଁ କ୍ରିସ୍ ମୋରିସ ୧୬.୨୫କୋଟିରେ ବିକ୍ରି ହୋଇ ସବୁଠାରୁ ମହଙ୍ଗା ଖେଳାଳି ଥିଲେ।

ସେହିପରି ଭାରତର ମୟଙ୍କ ଅଗ୍ରୱାଲଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୩.୨୫ କୋଟି ଟଙ୍କାରେ କିଣିଥିବାବେଳେ, ଅଜିଙ୍କ୍ୟ ରାହାଣେ ଚେନ୍ନାଇ ସୁପର କିଙ୍ଗସକୁ ଯାଇଛନ୍ତି। ଜୟଦେବ ଉନାଦକଟଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୫୦ ଲକ୍ଷ ଟଙ୍କାରେ କିଣିଛି।

ତେବେ ଏହି ନିଲାମୀରେ ହ୍ୟାରି ବ୍ରୁକଙ୍କୁ ୧୩.୨୫ କୋଟିରେ ସନରାଇଜର୍ସ ହାଇଦ୍ରାବାଦ କିଣିଥିବା ବେଳେ ବେନଙ୍କୁ ୧୬.୨୫କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍। ଏହା ସହ ଅଷ୍ଟ୍ରେଲିଆର କ୍ୟାମେରନ୍ ଗ୍ରୀନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୭.୫କୋଟିରେ କିଣିଛି। ଅନ୍ୟପକ୍ଷରେ ଆୟରଲାଣ୍ଡର ଜୋସୁଆ ଲିଟିଲଙ୍କୁ ଗୁଜରାଟ ଟାଇଟାନ୍ସ ୪.୪୦କୋଟିରେ କିଣିବା ସମସ୍ତଙ୍କୁ ଚମକାଇ ଦେଇଛି।

Tags: #IPL2023 #IPLauction #Kochi #Samcurran #ExpensivePlayer #indianPlayers #BCCI

Comment