ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଟ୍ଟାଗଙ୍ଗରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା ଭାରତୀୟ ଦଳ ଦମଦାର ବାଟିଂ କରିଛି। ବାଂଲାଦେଶ ବିପକ୍ଷ ଏହି ମ୍ୟାଚରେ ଇଶାନ କିଶାନ କ୍ୟାରିଅରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ୧୨୬ଟି ବଲରେ ୨୩ଟି ଚୌକା ଏବଂ ୯ଟି ଛକ୍କା ବଳରେ ଇଶାନ ଏହି ସଫଳତା ହାସଲ କରିଛନ୍ତି।

୧୩୧ଟି ବଲରେ ୨୧୦ ରନ୍ କରି ଆଉଟ୍ ହୋଇଛନ୍ତି ଇଶାନ। ଇଶାନ କିଶାନ ଦ୍ୱିଶତକ ମାରିବାରେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ୩ଟି ଦିଶ୍ୱତକ, ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗ ଗୋଟିଏ ଲେଖାଏଁ ଦ୍ୱିଶତକ କରିଛନ୍ତି।

ଆଜିର ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଇଶାନ କିଶାନ ଓ ଶିଖର ଧୱନ ପଡ଼ିଆକୁ ଓହ୍ଲାଇଥିଲେ। ମାତ୍ର ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ ଧୱନ। ଏହାପରେ ବିରାଟ କୋହଲି ଏବଂ ଇଶାନଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଇଶାନ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ବିରାଟ ତାଙ୍କୁ ସାଥ୍ ଦେଉଥିଲେ।

ବିରାଟ କୋହଲି ମଧ୍ୟ ଶତକ କରିଛନ୍ତି । ୮୫ ଟି ବଲରେ ୧୦୦ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି ବିରାଟ କୋହଲି।

Tags: #IshanKishan #IndiaVsBangladesh #OneDayMatch #DoubleCentury #ViratKohli #Century #ICC #India

Comment