ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର। କରୋନା ପାଇଁ ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଦୁବାଇ(ୟୁଏଇ)ରେ ଖେଳାଯିବ। ଆସନ୍ତା ସେପ୍ଟେମ୍ଵର-ଅକ୍ଟୋବରରେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ୩୧ଟି ମ୍ୟାଚ୍ ଦୁବାଇରେ ଆୟୋଜନ କରାଯିବ। ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ୍ ମିଟିଙ୍ଗରେ ଏହି ନିଷ୍ପତ୍ତି ନିଆଯାଇଛି।

କରୋନା ମହାମାରୀ ମଧ୍ୟରେ ଗତ ଏପ୍ରିଲରେ ଆଇପିଏଲ୍ ୨୦୨୧କୁ ଭାରତରେ ଆୟୋଜନ କରାଯାଇଥିଲା। ବିନା ଦର୍ଶକ ଏବଂ ଜୈବ ବଳୟ ମଧ୍ୟରେ ମ୍ୟାଚ୍‌ଗୁଡ଼ିକୁ ଖେଳାଯାଇଥିଲା। କିନ୍ତୁ ଲିଗ୍ ମ୍ୟାଚ୍ ଶେଷ ବେଳକୁ ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ବିସିସିଆଇ ସାମୟିକ ଭାବେ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।ତେବେ ପୁଣିଥରେ ଆଇପିଏଲ୍ ହେବ କି ନାହିଁ ସେନେଇ ସମସ୍ତେ ଦ୍ଵନ୍ଦ୍ଵରେ ଥିଲେ। ତେଣୁ ଶନିବାର ବିସିସିଆଇ ପକ୍ଷରୁ ଏକ ଭର୍ଚୁଆଲ ବୈଠକ କରାଯାଇ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ପାଇଁ ଆଲୋଚନା ହୋଇଥିଲା। ୟୁଏଇରେ ଆଇପିଏଲ୍‌ର ଅବଶିଷ୍ଚ ମ୍ୟାଚ୍ ଖେଳାଯିବା ନେଇ ବୈଠକରେ ବଡ ନିଷ୍ପତି ନିଆଯାଇଛି।

ସେହିଭଳି ଚଳିତଥର ଟି-୨୦ ବିଶ୍ୱକପ୍ ଭାରତ ଆୟୋଜନ କରିବାକୁ ଥିବାବେଳେ ଏଥିପାଇଁ ଆଇସିସିକୁ ସମୟ ମାଗିଛି ବିସିସିଆଇ। କିନ୍ତୁ ଦେଶରେ କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ଏଯାଏଁ ଏହା ବାବଦରେ କୌଣସି ସ୍ପଷ୍ଟ ସଙ୍କେତ ମିଳିପାରୁନାହିଁ।

Comment