ଓଡ଼ିଶାଲାଇଭ ବ୍ୟୁରୋ
ଆଜିଠୁ ମୋଦିଙ୍କ ଦ୍ଵିତୀୟ ଇନିଂସ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ମୋଦିଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀ ମନେ ବି ଶପଥ ନେଉଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଘରେ ବସି ଦେଖୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ମା’ ହୀରା ବେନ।
ମା’ ହୀରା ବେନ ପୁଅର ଶପଥ ଗ୍ରହଣ ଉତ୍ସବକୁ ଦେଖି ଖୁସି ହେବା ସହ ତାଳି ମାରୁଥିବା ବି ନଜର ଆସିଛନ୍ତି। ୨୩ ତାରିଖରେ ବିଜେପିର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମା’ଙ୍କୁ ସାକ୍ଷାତ କରିବା ସହ ତାଙ୍କଠୁ ଆଶିର୍ବାଦ।

















