ଓଡ଼ିଶାଲାଇଭ୍ ବ୍ୟୁରୋ

ହଙ୍ଗାମା, ବାଗଓ୍ୱାନ, ଧୁମ୍, କିଉଁକି ଭଳି ସୁପରହିଟ ଫିଲ୍ମରେ ଅଭିନୟ କରିଥିଲେ ଅଭିନେତ୍ରୀ ରିମି ସେନ। ଆଜିକାଲି ଫିଲ୍ମରେ ଆଉ ତାଙ୍କ ଅଭିନୟ ଦେଖିବାକୁ ମିଳୁନିା ଶେଷ ଥର ପାଇଁ ସେ ଟିଭି ରିଆଲିଟି ସୋ’ ବିଗ୍ ବସରେ ଦେଖିବାକୁ ମିଳିଥିଲା।
ଅଭିନେତ୍ରୀ ରିମି ସେନଙ୍କର ପିଲାଟି ବେଳୁ ଅଭିନୟ ପ୍ରତି ରୁଚି ରହିଥିଲା। ଶିଶୁ କଳାକାର ଭାବେ ବଙ୍ଗାଳି ଫିଲ୍ମ ‘ଦାମୁ’ରେ ଡେବ୍ୟୁ କରିଥିଲୋ
ରିମି ସେନଙ୍କ ଅସଲ ନାଁ ଶୁଭମିତ୍ରା ସେନ। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେ ତାଙ୍କ ନାଁ ବଦଳେଇ ଥିଲୋ ଗ୍ରାଜୁଏସନ ପରେ ରିମି ମୁମ୍ବାଇ ଆସିଥିଲୋ ମୁମ୍ବାଇରେ ରିମି ବିଜ୍ଞାପନ ଏବଂ ମଡେଲିଂ ଦୁନିଆଁରେ ଖୁବ୍ ନାଁ କରିଥଲୋ ଫିଲ୍ମ ହଙ୍ଗାମାରେ ବିଲିଉଡ ଡେବ୍ୟୁ କରିଥିଲେ ରିମିା
ଏହି ଫିଲ୍ମ ହିଟ ହୋଇଥିଲା। ପ୍ରଥମ ଫିଲ୍ମରୁ ହିଁ ସେ ହିଟ ହୋଇଥିଲୋ ତା’ ପରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମରେ କାମ କରିଥିଲେ ରିମିା
ସଲମାନଙ୍କ ଫିଲ୍ମ କିଉଁକିରେ ତାଙ୍କ ଅଭିନୟକୁ ଖବ୍ ପସନ୍ଦ କରିଥିଲେ ଦର୍ଶକା ସେ ପ୍ରଥମ ଥର ପାଇଁ ବୁଧିଆ ସିଂହଙ୍କ ଫିଲ୍ମରେ ନିର୍ମାତା ଭାବେ କାମ କରିଥିଲୋ ତା’ ପରେ ୨୦୧୭ରେ ବିଜେପିରେ ସାମିଲ ହୋଇଥିଲେ ରିମିା
















