ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ବିଳମ୍ବରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ବର୍ତ୍ତମାନ ମୌସୁମୀ ଆଣ୍ଡାମାନରେ ପ୍ରବାହିତ ହୋଇଛି। ଯାହାକି ଆସନ୍ତା ୬ ତାରିଖରେ କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଥିଲା।
ସାଧାରଣତଃ ଜୁନ୍ ୧୦ ସୁଦ୍ଧା ମୌସୁମୀ ଓଡ଼ିଶା ଊପକୂଳ ଛୁଇଁଥାଏ। ତେବେ ୬ରେ କେରଳ ଛୁଇଁଥିବାରୁ ଓଡ଼ିଶାରେ ମୌସୁମୀର ଆଗମନରେ ବିଳମ୍ବ ହୋଇପାରେ ବୋଲି ପାଣିପାଗ ପୂର୍ବାନୁମାନ କରୁଛି। ମୌସୁମୀ କେରଳ ଛୁଇଁଥିବାର ୨ ସପ୍ତାହ ମଧ୍ୟରେ ଓଡ଼ିଶାରେ ପ୍ରବାହିତ ହୋଇଥାଏ।
ଅନ୍ୟପକ୍ଷରେ ମୌସୁମୀ ଛୁଇଁବା ପୂର୍ବରୁ ରାଜ୍ୟରେ ପ୍ରାକ୍ମୌସୁମୀ ଜନିତ ବର୍ଷା ହେବ। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍-ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଯିବ।
















