ଓଡ଼ିଶାଲାଇଭ୍ ବ୍ୟୁରୋ
ଏଫଆଇଏଚ୍ ହକି ସିରିଜ୍ ଫାଇନାଲ୍ସରେ ଭାରତର ହାଟ୍ରିକ୍ ବିଜୟ। ସୋମବାର କଳିଙ୍ଗ ଷ୍ଟାଡିୟମ୍ରେ ଉଜବେକିସ୍ତାନକୁ ଭେଟିଥିଲା ଭାରତ। ଏହି ମ୍ୟାଚ୍ରେ ଉଜବେକିସ୍ତାନକୁ ୧୦-୦ରେ ହରାଇଛି ଭାରତ। କ୍ରାମଗତ ତୃତୀୟ ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ।
ବର୍ତ୍ତମାନ ପୁଲ୍ ଏ’ର ଶୀର୍ଷରେ ରହି ଭାରତ ସେମିଫାଇନାଲରେ ନିଜର ସ୍ଥିତି ପକ୍କା କରିଛି। ଏହି ଫୁଲ୍ରେ ଭାରତ ପଛକୁ ରହିଛି ରୁଷିଆ, ହଲାଣ୍ଡ ଏବଂ ଉଜବେକିସ୍ତାନ। ସେହିପରି ପୁଲ୍ ବି’ର ଶୀର୍ଷରେ ରହିଛି ଯୁକ୍ତ ରାଷ୍ଟ୍ର ଆମେରିକା। ଏହା ପଛକୁ ରହିଛି ଜାପାନ, ଦକ୍ଷିଣ ଆଫ୍ରିକା ଏବଂ ମେକ୍ସିକୋ।