ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ହକି ଏସିଆ କପ୍ ଟ୍ରଫି ଜିତିଲା ଭାରତ। ବିହାରର ରାଜଗିରରେ ଖେଳା ଯାଇଥିବା ଚଳିତବର୍ଷର ଏସିଆ କପରେ ଚତୁର୍ଥ ଥର ପାଇଁ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। ଏଥିସହ ଦଳ ୨୦୨୬ରେ ବେଲଜିୟମ ଓ ନେଦରଲାଣ୍ଡସରେ ହେବାକୁ ଥିବା ବିଶ୍ଵକପ ହକି ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି।

ଭାରତର ଚଳିତ ଏସିଆ କପ ବିଜୟରେ ୨ ଓଡ଼ିଆ ଖେଳାଳିଙ୍କ ବଡ଼ ଭୂମିକା ରହିଥିଲା। ଫାଇନାଲରେ ଡିଫେଣ୍ଡିଂ ମାଷ୍ଟର ଅମିତ ରୋହିଦାସ ପେନାଲ୍ଟି କର୍ଣ୍ଣରରୁ ମାରିଥିବା ଏକ ଗୋଲ ଦକ୍ଷିଣ କୋରିଆ ଖେଳାଳିଙ୍କୁ ଚକ୍‌ମା ଦେଇଥିଲା। ଓଡ଼ିଶାର ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରା ମଧ୍ୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାସହ ଟିମ୍ ଇଣ୍ଡିଆ ପାଇଁ ଦିଲପ୍ରୀତ ସିଂହ ୨ଟି ଏବଂ ସୁଖଜିତ ସିଂହ ଗୋଟିଏ ଗୋଲ ଦେଇଥିଲେ।

ମ୍ୟାଚରେ ଭାରତୀୟ ଡିଫେଣ୍ଡରମାନଙ୍କ ମ୍ୟାନ ଟୁ ମ୍ୟାନ ମାର୍କିଂ ଯୋଗୁଁ କୋରିଆ ଖେଳାଳିମାନେ ଗୋଲ କରିବାକୁ ବେଶି ସୁଯୋଗ ପାଇନଥିଲେ।

Tags: #AsiaCupHockey2025 #FIH #HockeyIndia

Comment