ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୮ ଦିନ ଧରି ନିଖୋଜ ରହିଥିବା ବିମାନ AN-32ର ଭଗ୍ନାବିଶେଷ ଠାବ ହୋଇଛି। ମଙ୍ଗଳବାର ଅରୁଣାଚଳ ପ୍ରଦେଶର ଲିପୋଠାରେ ବିମାନର ଭଗ୍ନାଂଶର ଠାବ କରାଯାଇଛି। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି। ତେବେ ବିମାନରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

ବାୟୁସେନାର M1-17 ହେଲିକ୍ୟାପ୍ଟର ନିଖୋଜ ବିମାନର ସନ୍ଧାନ କରିଛି। ତେବେ ବିମାନ କିଛି ଭଗ୍ନାବିଶେଷର ସନ୍ଧାନ ମିଳିଥିବା ବେଳେ ଅବଶିଷ୍ଟାଂଶ ଖୋଜା ଚାଲିଛି।

ଗତ ଜୁନ୍‌ ୩ ତାରିଖରେ ଭାରତୀୟ ବାୟୁସେନାର AN-32 ବିମାନ ନିଖୋଜ ହୋଇଯାଇଥିଲା। ଆସମର ଏୟାରବେସ୍‌ରୁ ଉଡ଼ାଣ ଭରିଥିବା AN-32 ବିମାନ ଅପରାହ୍‌ଣ ୧.୩୦ରେ ଚୀନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ନିଖୋଜ ହୋଇଯାଇଥିଲା। ଏହା ପରଠାରୁ ଆଜି ପର୍ଯ୍ୟନ୍ତ ଏହି ବିମାନର ଖୋଜ୍‌ ଖବର ମିଳିନଥିଲା।

ନିଖୋଜ AN-32 ବିମାନରେ ୧୩ ଜଣ ଯାତ୍ରୀ ଥିଲେ। ଓଡ଼ିଶାରୁ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ସୁନୀତ୍‌ ମହାନ୍ତି ଏହି ବିମାନରେ ଥିଲେ। ତେବେ ଆଜି ଅରୁଣାଚଳ ପ୍ରଦେଶରୁ ବିମାନର ଭଗ୍ନାବିଶେଷ ମିଳିଥିବା ବେଳେ ଯାତ୍ରୀମାନଙ୍କ ବିଷୟରେ କୌଣସି ଖବର ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here