ଓଡ଼ିଶାଲାଇଭ୍ ବ୍ୟୁରୋ

କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ତେଜସ’ର ଟିଜର ରିଲିଜ ହୋଇଛି।

କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ତେଜସ’ର ରିଲିଜ ହୋଇଛି ଟିଜର। ଏହି ଚଳଚ୍ଚିତ୍ରରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ ନଜର ଆସିବେ। ଏଥିରେ ସେ ଆଇଏଏଫ ଅଧିକାରୀ ତେଜସ ଗିଲ୍‌ ଭୂମିକାରେ ଅଭିନୟ କରିଛନ୍ତି।

ଟିଜରରେ କଙ୍ଗନା ଫ୍ଲାଇଙ୍ଗ ସୁଟ ପିନ୍ଧି ବାୟୁସେନା ଷ୍ଟେସନରୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଏ। ୟୁନିଫର୍ମରେ ଜଣେ ମହିଳା ଭାବରେ ସେ ଖୁବ୍ ସଶକ୍ତ ଦେଖାଯାଉଛନ୍ତି।

“ଅନେକ ସମୟରେ ୟୁନିଫର୍ମ ପିନ୍ଧିଥିବା ସାହସୀ ମହିଳାମାନଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନ ଉପରେ ଦେଶର ଦୃଷ୍ଟି ପଡ଼ିନଥାଏ। ତେଜସ ଏପରି ଏକ ଚଳଚ୍ଚିତ୍ର ଯେଉଁଥିରେ ମତେ ଏମିତି ଏକ ବାୟୁସେନା ପାଇଲଟ ଭୂମିକାରେ ଅଭିନୟ କରିବାର କାମ ମିଳିଛି ଯିଏ ଦେଶକୁ ସବୁବେଳେ ପ୍ରାଧାନ୍ୟ ଦେଇଥାଏ”, କହିଛନ୍ତି କଙ୍ଗନା ରାଣାୱତ।

“ତେଜସ ଏକ ରୋମାଞ୍ଚକର କାହାଣୀ। ଏପରି ଏକ ଚଳଚ୍ଚିତ୍ରର ଅଂଶ ହୋଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି। ଏହି ଚଳଚ୍ଚିତ୍ରକୁ ନେଇ ମୁଁ ଉତ୍ସାହିତ”, କହିଛନ୍ତି କଙ୍ଗନା।

ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ଦିବସ ଅବସରରେ ଟ୍ରେଲର ରିଲିଜ ହେବ। ଅକ୍ଟୋବର ୨୭ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ତେଜସ’।

Tags: #Tejas #TeaserRelease #KanganaRanaut #IndianAirForce #Bollywood

LEAVE A REPLY

Please enter your comment!
Please enter your name here