ଓଡ଼ିଶାଲାଇଭ ବ୍ୟୁରୋ
ତୀବ୍ର ରୂପ ନେଉଛି ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନା ଧୀରେ ଧୀରେ ଏହା ସାରାଦେଶରେ ବ୍ୟାପୁଛିା ହାଇଦ୍ରାବାଦ, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଉତ୍ତରପ୍ରଦେଶରେ ବି ଡାକ୍ତର ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତିା ପଶ୍ଚିମବଙ୍ଗରେ ଏହି ଆନ୍ଦୋଳନ ୪ ଦିନରେ ପହଞ୍ଚିଛିା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀ ପରେ ବି ଡାକ୍ତରମାନେ ଆନ୍ଦୋଳନରୁ ଓହରି ନାହାନ୍ତିା
କାହିଁକି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର?
ଜୁନ ୧୦ରେ କୋଲକାତାର ସରକାରୀ ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଦୁଇ ଜଣ ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ମାଡ ମାରିଥିଲେ । ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛିା ଡାକ୍ତରଙ୍କ ସୁରକ୍ଷା ଓ ଅଧିକାର ନେଇ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତିା ଫଳରେ ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବ୍ୟାହତ ସୃଷ୍ଟି ହୋଇଛିା
ତେବେ ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କୁ ଚେତାବନୀ ଦେଇଥିଲୋ ଏପରିକି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମମତା ବାନାର୍ଜୀ କହିଥିଲୋ ମମତାଙ୍କ ଏହି ମନ୍ତବ୍ୟ ମଧ୍ୟ ଡାକ୍ତର ବିରୋଧ କରିଛନ୍ତିା