ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ତଥା ରାଜନେତା ସନି ଦେଓଲଙ୍କ ପୁଅ କରଣ ଦେଓଲ ବଲିଉଡରେ ଶୀଘ୍ର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ନିକଟରେ ଏନେଇ ସୂଚନା ମିଳିଛି ଯେ ଫିଲ୍ମ ‘ପଲ ପଲ ଦିଲ କେ ପାସ’ରେ ସେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏହି ଫିଲ୍ମ ଜୁଲାଇ ୧୯ ତାରିଖରେ ରିଲିଜ ହେବାର ଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। କରଣଙ୍କ ପ୍ରଥମ ଫିଲ୍ମ ଏବେ ଡିସେମ୍ବର ୨୦ରେ ରିଲିଜ ହେବ। ଏନେଇ କରଣଙ୍କ ବାପା ସନି ନିଜେ ଟୁଇଟ କରିଛନ୍ତି।

ଫିଲ୍ମରେ କରଣଙ୍କ ବ୍ୟତୀତ ଅଭିନେତ୍ରୀ ସହେର ବାମ୍ବା ବି ଅଛନ୍ତି। ଫିଲ୍ମରେ ସେ କରଣଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଛନ୍ତି।

Comment