ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ ଓଡିଶାରେ କିଛି ସ୍ଥାନରେ ମୃଦୁ ଭୂମିକମ୍ପର ଝଟକା ଲାଗିଛି। ଏହି ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଛି। ଝଟକା ପରେ ଲୋକମାନେ ଭୟଭୀତ ହୋଇ ଘରଛାଡି ବାହାରକୁ ପଳାଇ ଆସିଥିଲେ।

ବୁଧବାର ସନ୍ଧ୍ୟା ୫.୪୮ରେ ସମ୍ବଲପୁର, ଦେଓଗଡ଼, ଝାରସୁଗୁଡା, କୁଚିଣ୍ଡା, ବଣାଇ ଏବଂ ଅନ୍ୟକିଛି ସ୍ଥାନରେ ଭୁମିକମ୍ପର ଝଟକା  ଅନୁଭୂତ ହୋଇଥିଲା ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁମିକମ୍ପ ହେବାପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Comment