ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋ ଘର ଉପରେ ପୁଣି ଚଢ଼ାଉ କରିଛି କ୍ରାଇମବ୍ରାଞ୍ଚ। ବୁଧବାର କ୍ରାଇମବ୍ରାଞ୍ଚ ଟିଟୋ ବାସଭବନରେ ଚଢ଼ାଉ କରି ତା’ର ଦୁଇ ସମ୍ପର୍କୀୟ ଭାଇ ଜି.ବାବୁ ଓ ସୟଦ ଚିତୋ ସହିତ ଟିଟୋର ଭଣଜା ମୁନ୍ନାକୁ ଗିରଫ କରିଛି। ଦାଦାବଟି ଘଟଣାରେ ଠିକାଦାର ରନ୍ଥା ଓରଫ ଶିବ ପ୍ରସାଦ ପରିଡ଼ାକୁ ଅପହରଣ ଅଭିଯୋଗ ମମଲାରେ ଏହି ତିନିଜଣ ଫେରାର ଥିଲେ।

ଅନ୍ୟପକ୍ଷରେ ୨୦୧୮ ଜୁନ ୩୦ରେ ଟିଟୋ ଗିରଫ ହେବା ପରେ ତା’ର ବିଭିନ୍ନ ବ୍ୟବସାୟିକ ସଂସ୍ଥା, ବେଆଇନ ଅର୍ଥ କାରବାର ମାମଲା ଓ ଅପରାଧିକ ମମଲାରେ ଏହି ୩ଜଣ ସପୃକ୍ତି ଥିବାର ସୂଚନା ମିଳିଥିଲା। ଏହାପରେ କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ ବୁଧବାର ସକାଳେ ଟିଟୋର କେନ୍ଦ୍ରାପଡ଼ାସ୍ଥିତ ଦିଲାରପୁର ବାସଭବନରେ ଚଢ଼ାଉ କରି ୩ଜଣକୁ ଗିରଫ କରିବା ସହ ଭୁବନେଶ୍ୱର କାର୍ଯ୍ୟାଳୟକୁ ନେଇଥିବା ସୂଚନା ମିଳିଛି।

ଏହାସହ ଟିଟୋର ବ୍ୟବସାୟିକ ସଂସ୍ଥାଗୁଡ଼ିକ ଉପରେ ଚଢ଼ାଉ କରି ସିଲ କରିଯାଇଛି।

LEAVE A REPLY

Please enter your comment!
Please enter your name here