ଓଡ଼ିଶାଲାଇଭ ବ୍ୟୁରୋ

ଦୀର୍ଘଦିନରୁ ଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପାଇଁ ଚର୍ଚ୍ଚା ହେଉଛି। ଆଜି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସହ ଆଉ ୪ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୨୦୨୨ରେ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂରଣ ଏବଂ ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ପାଳନ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ଅଛି।

ଏହି ବୈଠକରେ  ଯୋଗ ଦେବାକୁ ଜାତୀୟ, ଆଞ୍ଚଳିକ ଦଳର ସଭାପତି ସାମିଲ ହେବେ। ବୁଧବାର ଦିନ ୩’ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁସାରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ ନାହିଁ।

ସେହିପରି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଏବଂ ତେଲେଙ୍ଗାନା ରାଷ୍ଟ୍ରସମିତିର ମୁଖ୍ୟ କେ ଚନ୍ଦ୍ରଶେଖର ବି ବୈଠକ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି।

Comment