ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ କାରଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାମୀ ଫେରାର । ଫେରାର ହୋଇଯାଇଥିବା କଏଦୀ ଜଣକ ହେଲେ ଭଗବାନ ଟୁଡ଼ୁ।

କଏଦୀ ଜଣକ ନର ହତ୍ୟା ଅଭିଯୋଗରେ ଗିରଫ ହୋଇ କରଞ୍ଜିଆ ଜେଲରେ ଥିଲେ। କଏଦୀ ଜଣକ ଫେରାର ହେବା ପୂର୍ବରୁ ଏକ ଚିଠି ଲେଖି ରଖିଦେଇ ଯାଇଥିଲେ। ସେ ଉକ୍ତ ଚିଠିରେ ଲେଖିଛନ୍ତି ଯେ, ଜେଲର ଜଣେ କର୍ମଚାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଏବଂ ନିଜର ମୃତ୍ୟୁ ପାଇଁ ଜେଲର ଦାୟୀ ହେବେ।

ଏହି ଖବର ଉକ୍ତ କଏଦୀଙ୍କ ପରିବାର ଲୋକ ଜାଣିବା ପରେ ସେମାନେ ଆଶଙ୍କାରେ ଅଛନ୍ତି। ଏହାପରେ କଏଦୀଙ୍କ ପରିବାର ଲୋକ କରଞ୍ଜିଆ ଥାନାର ଦ୍ଵାରସ୍ତ ହୋଇଛନ୍ତି।

ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି କରଞ୍ଜିଆ ପୋଲିସ କହିଛି।

Comment