ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଦିନ ସକାଳ ଭୋଜନରେ ଛତୁଆ ପିଇବାକୁ ଅନେକ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହାର ବିଭିନ୍ନ କାରଣ ବି ରହିଛି। ଆୟୁର୍ବେଦ ଅନୁସାରେ ଛତୁଆ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ।
-ମଧୁମେହ ଓ ରକ୍ତଚାପକୁ ଏହା ନିୟନ୍ତ୍ରଣ କରିଥାଏ। ଛତୁଆରେ ଲେମ୍ବୁ, ଲୁଣ ଓ ଜିରା ପକାଇ ପିଇଲେ ରକ୍ତଚାପ ବୃଦ୍ଧି ହୁଏନାହିଁ ।
-ଛତୁଆ ପିଇଲେ ଭୀଷଣ ଗରମରୁ ଏହା ଆଶ୍ୱସ୍ତି ପ୍ରଦାନ କରିଥାଏ। ତେଣୁ ଗରମ ଦିନରେ ଛତୁଆ ପିଇ ବାହାରକୁ ଗଲେ ସନଷ୍ଟ୍ରୋକ୍ ହେବାର ଆଶଙ୍କା କମେ।
-ଏହା ମୋଟାପଣକୁ ବି ଦୂର କରିଥାଏ। ଏହାକୁ ନିୟମିତ ଭାବେ ପିଇବା ଦ୍ୱାରା ଏସିଡିଟି ହୁଏନାହିଁ।
-ଗରମ ଦିନରେ ଅନେକ ଲୋକଙ୍କୁ ବାନ୍ତି ସମସ୍ୟା ହୋଇଥାଏ । ଛତୁଆକୁ ନିୟମିତ ଭାବେ ପିଇଲେ ସେଥିରୁ ଉପଶମ ମିଳେ ।


















