ଓଡ଼ିଶାଲାଇଭ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଜିଦରେ ଅଟଳ ଥିବା ରାହୁଲ ଗାନ୍ଧି ଶେଷରେ ଇସ୍ତଫା ଦେଇଛନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟୟ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ରାହୁଲ। ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ନଦିଅନ୍ତୁ ବୋଲି ଅନେକ ବରିଷ୍ଠ ନେତା ତାଙ୍କୁ ଅନୁରୋଧ କରିଥିଲେ। ମାତ୍ର ସେ କାହା କଥା ନଶୁଣି ଇସ୍ତଫା ଦେଇଛନ୍ତି। ଟୁଇଟ କରି ଏହା ସ୍ପଷ୍ଟ କରିଛନ୍ତି ସେ।
ଟୁଇଟରେ ଇସ୍ତଫା ପତ୍ର ସହ କାରଣ ମଧ୍ୟ ସେ ଜଣାଇଛନ୍ତି। ସଭାପତି ହିସାବରେ କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରି ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି।
It is an honour for me to serve the Congress Party, whose values and ideals have served as the lifeblood of our beautiful nation.
I owe the country and my organisation a debt of tremendous gratitude and love.
Jai Hind 🇮🇳 pic.twitter.com/WWGYt5YG4V
— Rahul Gandhi (@RahulGandhi) 3 July 2019
”ମୋ ପାଇଁ କଂଗ୍ରେସର ଦଳର ସେବା କରିବା ସମ୍ମାନର କଥା”, ଟୁଇଟରେ ସେ ଲେଖିଛନ୍ତି।
‘‘ଖୁବଶୀଘ୍ର ଦଳ ପରବର୍ତ୍ତୀ ସଭାପତି ବାଛୁ। ଦଳର କାର୍ଯ୍ୟକାରୀ ବୈଠକ ବସି ନିଷ୍ପତ୍ତି ନିଆଯାଉ’’, କହିଛନ୍ତି ରାହୁଲ।
ଦଳର ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଧେ ରାହୁଲଙ୍କ ସ୍ଥାନରେ କଂଗ୍ରେସ ସଭାପତି ହୋଇପାରନ୍ତି ବୋଲି ଖବର ଆସୁଛି। ସିନ୍ଧେଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ଥିବା କଥା ମଧ୍ୟ ଜଣାପଡ଼ିଛି। ଏକେ ଆଣ୍ଠୋନିଙ୍କୁ ସଭାପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଏଥିରେ ରାଜି ହୋଇ ନ ଥିଲେ।

















