ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଙ୍କ କୃତ୍ତିତ୍ୱ। ଭାରତୀୟ ଯୁବ ପ୍ରତିନିଧିଙ୍କ ସହ ଚୀନ ଗସ୍ତରେ ଯାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଛାତ୍ର ଆକାଶ ତିୱାରୀ।
କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଗସ୍ତ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ପ୍ରତିନିଧି ଦଳ ମଙ୍ଗଳବାର ଚୀନ ଗସ୍ତରେ ବାହାରିଛନ୍ତି। ଚୀନର ବିଭିନ୍ନ ସ୍ଥାନ ଭ୍ରମଣ କରି ଏହି ଟିମ୍ ଜୁଲାଇ ୯ ତାରିଖରେ ଭାରତ ଫେରିବେ।
ଆଲୋଚନା ମାଧ୍ୟମରେ ଦୁଇଟି ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆକାଶ ତିୱାରୀଙ୍କ ସହିତ ଓଡ଼ିଶାରୁ ଆଉ ଦୁଇ ଜଣ ଛାତ୍ର ମଧ୍ୟ ଏହି ଟିମ୍ରେ ସାମିଲ୍ ଅଛନ୍ତି।









