ଓଡ଼ିଶାଲାଇଭ ବ୍ୟୁରୋ

ସଂସଦରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୦୧୯ – ୨୦ ଆର୍ଥିକ ବର୍ଷରେ ଗ୍ରୋସ ଡୋମେଷ୍ଟିକ ପ୍ରଡକ୍ଟ(ଜିଡିପି) ୭ ପ୍ରତିଶତ ବୃଦ୍ଧି ହେବାର ଅନୁମାନ କରାଯାଇଛି।
୨୦୨୫ ପର୍ଯ୍ୟନ୍ତ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାକୁ ହାସଲ କରିବାକୁ ଭାରତକୁ ବର୍ଷକୁ ୮ ପ୍ରତିଶତ ଅଭିବୃଦ୍ଧି ଆବଶ୍ୟକ ରହିଛି ବୋଲି ଏଥରେ କୁହାଯାଇଛି। ୨୦୧୭ – ୧୮ ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟ ପରିମାଣ ୬.୪ ଥିଲାବେଳେ ୨୦୧୮ – ୧୯ରେ ତାହା ହ୍ରାସ ପାଇ ୫.୮ ପ୍ରତିଶତରେ ପହଞ୍ଚିଛି। ତେବେ ୨୦୧୯ – ୨୦ ଆର୍ଥିକ ବର୍ଷରେ ବିଶ୍ଵ ବଜାରରେ ତେଲ ଦର କମିବା ଶୁଭ ସଙ୍କେତ ରହିବ।
ଏହି ଆର୍ଥିକ ସର୍ଭେ ରିପୋର୍ଟରେ ପୂର୍ବ ଏକ ବର୍ଷର ରିପୋର୍ଟ କାର୍ଡ ରହିଥାଏ। ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବାର ଗୋଟିଏ ଦିନ ପୂର୍ବରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥାଏ। ତେବେ ଗତକାଲି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ।















